ରାଇଜିଂଷ୍ଟାର୍ସ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା -୨୦୨୫: ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ

କାତାରର ଦୋହାରେ ଚାଲିଥିବା ଏସିଆ କପ ରାଇଜିଂଷ୍ଟାର୍ସ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା -୨୦୨୫ରେ ଭାରତ -ଏ ବୃହତ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତ -ଏ ୧୪୮ ରନରେ ୟୁଏଇକୁ ପରାସ୍ତ କରିଛି। ଭାରତ-ଏ ବୈଭବ ସୂର୍ଯ୍ୟବଂଶୀଙ୍କ ୧୪୪ରନ ବଳରେ ବିଶାଳ ୨୯୭ରନ କରିଥିଲା। ଜବାବରେ ୟୁଏଇ ୭ ୱିକେଟରେ ୧୪୯ରନ କରିବାକୁ ସକ୍ଷମ ହୋଇଥିଲା। ସୋଏବ ଖାନ ୬୩, ମହମ୍ମଦ ଅର୍ଫାନ ୨୪ ରନ କରିଥିଲେ। ଭାରତ -ଏ ପକ୍ଷରୁ ଗୁର୍‌ଜନପ୍ରୀତ ସିଂହ ୩ଟି, ହର୍ଷ ଦୁବେ ୨ଟି, ରମଣଦୀପ ସିଂହ ଓ ୟଶ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ -ଏ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୨୯୭ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୪୨ଟି ବଲରୁ ୧୧ଟି ଚୌକା ଓ ୧୫ଟି ଛକା ସହ ୧୪୪ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟ ୧୦, ନମନ ଧିର ୩୪ ଓ ନେହାଲ ୱାଧେରା ୧୪ରନ କରି ଆଉଟ୍‌ ହୋଇଥିବାବେଳେ ଜିତେଶ ଶର୍ମା ୮୩ ଓ ରମଣଦୀପ ସିଂହ ୬ରନ କରି ଅପରାଜିତ ରହିଥିଲେ। ୟୁୂଏଇ ପକ୍ଷରୁ ମହମ୍ମଦ ଫାଜାଉଦ୍ଦିନ ଓ ଆଫଜଲ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave a comment