ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଭାରତ 278/6

ଆଜି ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଥିବା ବେଳେ ପ୍ରଥମ ଦିନରେ ଭାରତ 278 ରନ୍ କରି 6 ଉଇକେଟ ହରାଇଛି । ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ରେ ଚେତେଶ୍ବର ପୂଜାରା 90 ରନ କରି ଆଉଟ ହୋଇଛନ୍ତି । ଶ୍ରେୟସ ଆୟର 82 ରନ କରି ବ୍ୟାଟିଂ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେ. ଅଧିନାୟକ କେ. ଏଲ୍‌. ରାହୁଲ୍‌ 22 ରନ୍ , ଶୁବମନ୍‌ ଗିଲ୍‌ 20 ରନ୍, ବିରାଟ କୋହଲି 1 ରନ୍, ଋଷଭ ପନ୍ଥ 46 ରନ୍, ଅକ୍ଷର ପଟେଲ 14 ରନ କରି ଆଉଟ ହୋଇଛନ୍ତି ।