ଶେଷ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ଶୋଚନୀୟ ଭାବେ ୮୮ ରନ୍ରେ ପରାସ୍ତ କଲା ଭାରତ
ୱେଷ୍ଟଇଣ୍ଡିଜ୍କୁ ଶୋଚନୀୟ ଭାବେ ୮୮ ରନ୍ରେ ପରାସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି।
ଶ୍ରେୟସ ଆୟର, ଦୀପକ ହୁଦା, ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ବଳରେ ଭାରତ ୧୮୮ ରନ୍ କରିଥିଲା। ଜବାବରେ ଭାରତୀୟ ସ୍ପିନର୍ ୱେଷ୍ଟଇଣ୍ଡିଜ୍ ପାଳିକୁ ୪.୨ ଓଭର ପୂର୍ବରୁ ମାତ୍ର ୧୦୦ ରନ୍ରେ ଅଲଆଉଟ୍ କରି ଦେଇଥିଲେ।
ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ ଏବଂ ଭୁବନେଶ୍ବର କୁମାରଙ୍କ ବଦଳରେ ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ସୁଯୋଗ ପାଇଥିଲେ।