୨ୟ ସ୍ଥାନରେ ସୂର୍ଯ୍ୟ

ସୂର୍ଯ୍ୟକୁମାର ଜୀବନର ଶ୍ରେଷ୍ଠ ମାନ୍ୟତା ଦ୍ବିତୀୟ ସ୍ଥାନରେ ପହଞ୍ଚିନ୍ତି। ସୂର୍ଯ୍ୟକୁମାର ୮୦୧ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ପୁରୁଷ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମାନ୍ୟତାରେ ଉନ୍ନତି ହୋଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ୩୬ଟି ବଲରୁ ୬୯ରନ କରିଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏକ ସମୟରେ ବାବର ଏକ ନମ୍ବର ସ୍ଥାନରେ ରହିଥିଲେ। ବାବରଙ୍କୁ ନିଜ ଓପନିଂ ପାର୍ଟନର ମହମ୍ମଦ ରିଜ୍‌ୱାନା ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ। ଏବେ ବାବରଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବାବର ଏବେ ୩ୟ ସ୍ଥାନକୁ ଖସି ଆସିଛନ୍ତି।