ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍

ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍ । ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଲଢେଇ ହେବ । ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଏହି ସରିଜ ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ସିରିଜ ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ବକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବ । ୨୦୨୪ରେ ସୂର୍ଯ୍ୟକୁମାର ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେବା ପରଠାରୁ ଏହି ଫର୍ମାଟରେ ଭାରତର ବିଜୟ ହାର ୭୨ ପ୍ରତିଶତ ରହିଛି, ଯାହାକୁ ସନ୍ତୋଷଜନକ ବୋଲି କୁହାଯାଉଛି । ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଇଶାନ କିଷନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଇଶାନଙ୍କୁ ଟ୍ବେଣ୍ଟି-୨୦ ବିଶ୍ବକପ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ଦେବା ଉଚିତ ହେବ ବୋଲି କହିଛନ୍ତି ।

ସେହିପରି ଆହତ ତିଳକ ବର୍ମାଙ୍କ ସ୍ଥାନରେ ଦଳକୁ ଫେରିଥିବା ଶ୍ରେୟାୟ ଆୟର ୫ମ ସ୍ଥାନରେ ଖେଳିବେ । ସୂର୍ଯ୍ୟକୁମାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଟିମରେ ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ସ୍ପେଶାଲିଷ୍ଟ ପେସ ବୋଲର ରହିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ମଧ୍ୟ ପେସ୍ ବୋଲିଂ ସମ୍ଭାଳିବେ । ଏପଟେ ଭାରତରେ ଐତିହାସିକ ଦିନିକିଆ ସିରିଜ ଜିତିବା ପରେ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ ରହିଛି । ବିଶ୍ବକପ ପୂର୍ବରୁ ନିଜର ବିଜୟଧାରାକୁ ଟ୍ବେଣ୍ଟି-୨୦ରେ ବି ବଜାୟ ରଖିବାକୁ ଉଦ୍ୟମ କରିବ କିୱି ଟିମ ।

Leave a comment