ଟି-୨୦ ବିଶ୍ୱକପ: ସେମିଫାଇନାଲ୍ ଦୌଡ଼ରେ ପାକିସ୍ତାନ,ଶ୍ରୀଲଙ୍କା ବିପକ୍ଷରେ ଆବଶ୍ୟକ ବଡ଼ ବିଜୟ
ସେମିଫାଇନାଲ୍ ଦୌଡ଼ରେ ପାକିସ୍ତାନ । ଶ୍ରୀଲଙ୍କା ବିପକ୍ଷରେ ଆବଶ୍ୟକ ବଡ଼ ବିଜୟ । ଟି-୨୦ ବିଶ୍ୱକପରେ ପାକିସ୍ତାନର ସେମିଫାଇନାଲ୍ ଆଶା ଏବେ ଉଜ୍ଜୀବିତ । ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିବା ପରେ ପାକିସ୍ତାନ ପାଇଁ ଏବେ ସମୀକରଣ ସ୍ପଷ୍ଟ ହୋଇଯାଇଛି ।
ଆଜି ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସୁପର-୮ ମ୍ୟାଚ୍ ରେ ବଡ଼ ବ୍ୟବଧାନରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲକୁ ଯାଇପାରିବ । ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ, ତେବେ ଶ୍ରୀଲଙ୍କାକୁ ଅତି କମରେ ୬୪ ରନ୍ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ । ଯଦି ପାକିସ୍ତାନ ରନ୍ ଚେଜ୍ କରେ, ଲକ୍ଷ୍ୟକୁ ମାତ୍ର ୧୩.୧ ଓଭର ମଧ୍ୟରେ ହାସଲ କରିବାକୁ ପଡ଼ିବ । ବର୍ତ୍ତମାନ ପାକିସ୍ତାନର ରନ୍ ରେଟ୍ ମାଇନସ ରହିଛି, ଯେଉଁଠାରେ ନ୍ୟୁଜିଲାଣ୍ଡର ରନ୍ ରେଟ୍ ବହୁତ ଭଲ ଅଛି । ଏହି ବ୍ୟବଧାନକୁ କମାଇବା ପାଇଁ ପାକିସ୍ତାନକୁ ଏକ ଅଲୌକିକ ପ୍ରଦର୍ଶନ କରିବାକୁ ହେବ । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲକୁ ଯିବ। ଶ୍ରୀଲଙ୍କା ଦଳ ପୂର୍ବରୁ ହିଁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି, ତେଣୁ ସେମାନେ ବିନା ଚାପରେ ଖେଳି ପାକିସ୍ତାନର ଖେଳ ବିଗାଡ଼ି ପାରନ୍ତି ।