ଜାଡେଜାଙ୍କ ଶତକ : ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ
ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨) :
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ସହ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଜାଡେଜାଙ୍କ ଶତକ ସାଙ୍ଗକୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ଟି ୱିକେଟ ହରାଇ ୪୬୮ ରନ୍ ସଂଗ୍ରହ କରିଛି ।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ୯୬, ହନୁମା ବିହାରୀ ୫୮ ଓ ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳୁଥିବା ବିରାଟ କୋହଲି ୪୫ ରନ୍ ସଂଗ୍ରହ କରିଥିଲେ । ଗତକାଲି ଭାରତ ୬ ୱିକେଟ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା । ଏହି ଶତକ ବଳରେ ଜାଡେଜା ନିଜ ଟେଷ୍ଟ କ୍ୟାରିୟର ଦ୍ୱିତୀୟ ଶତକ କରିଛନ୍ତି ।