ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ବିଜେତା ଭାରୋତ୍ତଳକ ବିକାଶ ଠାକୁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଭାରୋତ୍ତଳନରେ ରୌପ୍ୟ ପଦକ ବିଜେତା ବିକାଶ ଠାକୁରଙ୍କ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ପୁଣି ଗୌରବ । ତାଙ୍କ ସଫଳତାରେ ପୁଲକିତ । କ୍ରୀଡା ପ୍ରତି ତାଙ୍କ ସମର୍ପଣ ପ୍ରଶଂସନୀୟ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ।”