ହୋଟେଲରେ ବାସନ ମାଜିଲେ ପାକିସ୍ତାନୀ ଖେଳାଳି

ପାକିସ୍ତାନ ଜାତୀୟ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ ପୁଣିଥରେ ଦେଶର କ୍ରୀଡ଼ା ପ୍ରଶାସନର ପର୍ଦ୍ଦାଫାସ କରିଛି । FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିଥିବା ଏହି ଦଳ କେବଳ ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ ଅପମାନଜନକ ପରିସ୍ଥିତି ମଧ୍ୟ ସହିଛି । ଲାହୋର ବିମାନବନ୍ଦରରୁ ଫେରିବା ପରେ ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ୍ ଗଣମାଧ୍ୟମ ସମ୍ମୁଖରେ ଅନେକ ଖୁଲାସା କରିଛନ୍ତି । ପାକିସ୍ତାନ ହକି ଫେଡେରେସନକୁ କଡ଼ା ସମାଲୋଚନା କରିଛନ୍ତି ।

ହୋଟେଲରେ ବାସନ ମାଜିଲେ ପାକିସ୍ତାନୀ ଖେଳାଳି- ପାକିସ୍ତାନ ଅଧିନାୟକ ଶକିଲ ଅମ୍ମାଦ କହିଛନ୍ତି ଯେ, ” ଅଷ୍ଟ୍ରେଲିଆରେ ତାଙ୍କ ଦଳକୁ ହୋଟେଲ ବୁକିଂ ଅଭାବରୁ କେବଳ ରାସ୍ତାରେ ବୁଲିବାକୁ ପଡିନାହିଁ, ବରଂ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ବାସନ ଧୋଇବାକୁ ପଡିଛି। ଏବେ ସବୁ ସରିଗଲା । ଆମେ ଫେଡେରେସନର ବର୍ତ୍ତମାନର ପରିଚାଳନା ଅଧୀନରେ ଖେଳିବା ଜାରି ରଖିପାରିବୁ ନାହିଁ । ଯେତେବେଳେ ଖେଳାଳିମାନଙ୍କୁ ମ୍ୟାଚ୍ ଖେଳିବା ପୂର୍ବରୁ ରୋଷେଇ ଘର ସଫା କରିବାକୁ ପଡ଼େ ଏବଂ ବାସନ ଧୋଇବାକୁ ପଡ଼େ, ସେତେବେଳେ ଆପଣ ଆମଠାରୁ ଭଲ ଫଳାଫଳ କିପରି ଆଶା କରିପାରିବେ ।

 ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । କାନବେରାକୁ ବିମାନ ଚଢ଼ିବା ପୂର୍ବରୁ ସେମାନଙ୍କୁ ସିଡନୀ ବିମାନବନ୍ଦରରେ ୧୩-୧୪ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ହୋଟେଲରେ ପହଞ୍ଚିବା ପରେ ସେମାନେ ଜାଣିପାରିଲେ ଯେ ପାକିସ୍ତାନ ହକି ଫେଡେରେସନ ଆଗୁଆ ଦେୟ ଦେଇ ନଥିବାରୁ ବୁକିଂ ହୋଇନାହିଁ । ଖେଳାଳି ଏବଂ କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହୋଇଥିଲେ । ପରେ, ସ୍ଥାନୀୟ ପାକିସ୍ତାନୀଙ୍କ ସହାୟତାରେ, ସେମାନେ ଏକ ହୋଟେଲ ରୁମ ମିଳିଥିଲା । Airbnb ମାଧ୍ୟମରେ ବୁକିଂ କେବଳ ୧୦ ଦିନ ପାଇଁ ଥିଲା, କିନ୍ତୁ ଦଳ ୧୩ ଦିନ ରହିବା କଥା । ୧୦ ଦିନ ପରେ, ସେମାନଙ୍କୁ ଏକ ଶସ୍ତା ଏବଂ କମ୍ ସଜ୍ଜିତ ହୋଟେଲକୁ ଯିବାକୁ ପଡିଲା । ଏହି ସମୟରେ, ପାକିସ୍ତାନ ସ୍ପୋର୍ଟ୍ସ ବୋର୍ଡ ନିଶ୍ଚିତ କରିଛି ଯେ, ସେମାନେ ହୋଟେଲ ବ୍ୟବସ୍ଥା ପାଇଁ PHFକୁ ୧ କୋଟିରୁ ଅଧିକ ପାକିସ୍ତାନୀ ଟଙ୍କା ପ୍ରଦାନ କରିଛନ୍ତି, କିନ୍ତୁ ଫେଡେରେସନ ପାଣ୍ଠିର ଅପବ୍ୟବହାର କରିଛି ।

ଏହି ଗସ୍ତରେ ପାକିସ୍ତାନ ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ବିପକ୍ଷରେ ମ୍ୟାଚ୍ ଖେଳିଥିଲା କିନ୍ତୁ ବିଜୟ ଖାତା ଖୋଲି ପାରିଲା ନାହିଁ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲେ । ଜର୍ମାନୀଠୁ ବି ପରାସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଯିଏ କି ପିଏଚଏଫରର ମୁଖ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପିଏସବି ନିର୍ଦ୍ଦେଶକ ଜେନେରାଲ ନୁର ଉସ୍ ସବା କହିଛନ୍ତି ଯେ, ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

Leave a comment