ବାଜିଲା ୨୦୨୬ ଟି-୨୦ ବିଶ୍ୱକପ : ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ନେଦରଲାଣ୍ଡ
୨୦୨୬ ଟି-୨୦ ବିଶ୍ୱକପ ବିଗୁଲ ବାଜିଛି । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ନେଦରଲାଣ୍ଡ । କଲମ୍ବୋର ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଉଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ନେଦରଲାଣ୍ଡ ଦୁଇ ଓଭରରେ କୌଣସି ୱିକେଟ ହରାଇ ୧୪ରନ କରିଛି । ମାଇକେଲ୍ ଲେଭିଟ୍ ଏବଂ ମ୍ୟାକ୍ସ ଓ’ଡାଉଡ୍ କ୍ରିଜ୍ରେ ଅଛନ୍ତି। ପାକିସ୍ତାନର ବାମହାତୀ ସ୍ପିନର ମହମ୍ମଦ ନୱାଜ୍ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ପାରନ୍ତି। ଚାରିଟି ୱିକେଟ ସହିତ ନୱାଜ୍ ପାକିସ୍ତାନର ଚତୁର୍ଥ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଯିବେ।
ପାକିସ୍ତାନ: ସାଇମ ଆୟୁବ, ସାହିବଜଡା ଫରହାନ, ସଲମାନ ଆଗା (ଅଧିନାୟକ), ବାବର ଆଜମ, ଉସମାନ ଖାନ (ୱିକେଟ୍ ରକ୍ଷକ), ଶାଦବ ଖାନ, ମହମ୍ମଦ ନୱାଜ, ଫହିମ ଆଶ୍ରାଫ, ଶାହିନ ଶାହ ଆଫ୍ରିଦି, ସଲମାନ ମିର୍ଜା, ଅବର ଅହମ୍ମଦ।
ନେଦରଲାଣ୍ଡ : ମାଇକେଲ୍ ଲେଭିଟ୍, ମ୍ୟାକ୍ସ ଓଡୋଡ୍, ବାସ୍ ଡି ଲିଡେ, କଲିନ୍ ଆକ୍କର୍ମନ୍, ସ୍କଟ୍ ଏଡୱାର୍ଡସ୍ (ୱିକେଟ୍ ରକ୍ଷକ), ଜ୍ୟାକ୍ ଲିଅନ୍-କ୍ୟାଚ୍, ଲୋଗାନ୍ ଭାନ୍ ବିକ୍, ରୋଲୋଫ୍ ଭାନ୍ ଡେର୍ ମେରୱେ, କାଇଲ୍ କ୍ଲାଇନ୍, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମେକେରେନ୍ |