ଆଜିଠୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା । ୨୦୦ ଖେଳାଳିଙ୍କ ସହ ୩୦୦ ଜଣିଆ ଟିମ୍ ପଠାଇଛି ଭାରତ । ୨୦୧୮ରେ ୬୮ ପଦକ ସହ ତୃତୀୟ ସ୍ଥାନରେ ଥିଲା ଭାରତ । ଏଥର ଆହୁରି ଭଲ ପ୍ରଦର୍ଶନ ଆଶା ରଖିଛି । ନୀରଜ ଚୋପ୍ରା ଆହତ ଯୋଗୁଁ ଓହରିଯିବା ପରେ କିଏ ତ୍ରିରଙ୍ଗା ଧରିବେ ସେ ନେଇ ଭାରତୀୟ ଅଲିମ୍ପିକ୍ ସଂଘ ଅଡୁଆରେ ପଡ଼ିଥିଲା । ତେବେ ତିନି ଜଣଙ୍କ ନାମ କାଣ୍ଟଛାଣ୍ଟ ତାଲିକାରେ ସାମିଲ କରିଥିଲା । ଶେଷରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁ ଏବଂ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହାଁଙ୍କ ଅପେକ୍ଷା ସିନ୍ଧୁଙ୍କୁ ଅଧିକ ପସନ୍ଦ କରିଥିଲା ଆଇଓଏ ।ବନ୍ଧୁକଚାଳନା ନଥିବାରୁ ଭାରତ ଏଥର କୁସ୍ତି, ଭାରୋତ୍ତୋଳନ, ବ୍ୟାଡମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍, ଦୌଡ଼କୁଦ ଭଳି ଖେଳରୁ ପଦକ ଜିତିବାକୁ ଆଶା ରଖିଛି । ବନ୍ଧୁକଚାଳନା ସହ ତୀରନ୍ଦାଜିର ଅନୁପସ୍ଥିତି ମଧ୍ୟ ଭାରତ ପାଇଁ ଏହି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ। କାରଣ ଏହି ଦୁଇ ଖେଳରୁ ଭାରତ ପାରମ୍ପରିକ ଭାବେ ବହୁ ପଦକ ଜିତିଥାଏ । ଗତ ତିନି ସଂସ୍କରଣ ହେବ ଭାରତ କୁସ୍ତିରୁ ଦୁଇ ଅଙ୍କ ବିଶିଷ୍ଟ ପଦକ ଜିତି ଆସୁଛି ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ