ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପୂରନ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି। ଆଉ ୮ ମାସ ପରେ ଟି-୨୦ ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିବାବେଳେ ପୂରନଙ୍କ ଏହି ନିଷ୍ପତ୍ତି ଦଳକୁ ଚିନ୍ତାରେ ପକାଇଛି।‘ଏହି ନିଷ୍ପତ୍ତି ଅତ୍ୟନ୍ତ କଠିନ ଥିଲା। ଅନେକ ଚିନ୍ତା କରିବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ’ ବୋଲି ପୂରନ କହିଛନ୍ତି। ପୂରନ ୨୦୧୬ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପୂରନ ୬୧ଟି ଦିନିକିଆ ଏବଂ ୧୦୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ସେ ୧୯୮୩ ରନ କରିଥିବାବେଳେ ଟି-୨୦ରେ ୨୨୭୫ ରନ କରିଛନ୍ତି।

Leave a comment