ଆଜି ନ୍ୟୁଜିଲାଣ୍ଡ-ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା

ଆଡିଲେଡ୍‌ : ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କିଏ ଜିତିବ ସେଥିପାଇଁ ପ୍ରଶଂସକ ମଧ୍ୟରେ ପ୍ରବଳ ଉତ୍ସାହ । ଆଜି ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ନିଉଜିଲ୍ୟାଣ୍ଡ ଗ୍ରୁପରେ ଶୀର୍ଷରେ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସେମିରେ ସ୍ଥାନ ପକ୍କା କରିବାକୁ ନ୍ୟୁଜିଲାଣ୍ଡ ଲକ୍ଷ୍ୟ ରଖିଛି ।

ଆୟର୍ଲାଣ୍ଡ(୩) ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ପୂର୍ବରୁ ଇଂଲଣ୍ଡକୁ ହରାଇ ସାରିଥିବା ଆୟର୍ଲାଣ୍ଡ ବ୍ୟାଟିଂ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦଳ ଉନ୍ନତ ପ୍ରଦର୍ଶନ କରିଥିଲା ।

ନ୍ୟୁଜିଲାଣ୍ଡର ସେମି ଫାଇନାଲ୍‌ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ଆଜି ମ୍ୟାଚ୍‌ରେ ବ୍ୟାଟିଂ ବିଭାଗକୁ ଗୁରୁତ୍ୱ ଦିଆଯିବ । ଆୟର୍ଲାଣ୍ଡକୁ କମ୍‌ରେ ରନ୍‌ ମଧ୍ୟରେ ଅଟକାଇବା ବୋଲରପାଇଁ କଷ୍ଟକର ହେବ ନାହିଁ । ଆଡିଲେଡ୍‌ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବ ।