ଫିଡେ ବିଶ୍ବକପ୍‌ ଫାଇନାଲ୍‌ରେ ଟ୍ରାଇ- ବ୍ରେକ୍ ରେ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କଲେ କାର୍ଲସନ୍

ବିଶ୍ୱର ନମ୍ବର ୱାନ ଚେସ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ।  କାର୍ଲସନ ଟ୍ରାଏ ବ୍ରେକ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସିଲଭର ମେଡାଲରେ ସନ୍ତୁଷ୍ଟ ହୋଇଛନ୍ତି ପ୍ରଜ୍ଞାନନ୍ଦ । ଏଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି ।

ଫିଡେ ବିଶ୍ବକପ୍‌ ଫାଇନାଲ୍‌ରେ ଟ୍ରାଇ- ବ୍ରେକ୍ ରେ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କଲେ କାର୍ଲସନ୍ଭା ।  ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଓ ବିଶ୍ବ ୧ ନମ୍ବର ନରୱେ ଗ୍ରାଣ୍ଡମାଷ୍ଟର ମାଗ୍ନସ୍‌ କାର୍ଲସେନ୍‌ଙ୍କ ମଧ୍ୟରେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ର ଦ୍ବିତୀୟ ଗେମ୍‌ ମଧ୍ୟ ଅମୀମାଂସିତ ରହିବା ପରେ ଆଜି ଫାଇନାଲ ମୁକାବିଲାରେ ବିଜୟୀ ହୋଇଛନ୍ତି କାର୍ଲସନ । ମଙ୍ଗଳବାର ଖେଳାଯାଇଥିବା  ଗେମ୍‌  ଅମୀମାଂସିତ ରହିଥିଲା। ।  ବୁଧବାର ମ୍ୟାଚ୍‌ରେ ୩୦ତମ ମୁଭ୍‌ ପରେ ଉଭୟ ଖେଳାଳି ଅମୀମାଂସିତ ପାଇଁ ସହମତି ଦେଇଥିଲେ। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଓ ବିଶ୍ବ ୧ ନମ୍ବର ନରୱେ ଗ୍ରାଣ୍ଡମାଷ୍ଟର ମାଗ୍ନସ୍‌ କାର୍ଲସେନ୍‌ଙ୍କ ମଧ୍ୟରେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ର ଦ୍ବିତୀୟ ଗେମ୍‌ ମଧ୍ୟ ଅମୀମାଂସିତ ରହିଥିଲା। ଆଜି ଟାଇବ୍ରେକର ମ୍ୟାଚ୍‌ ରେ ହାରିଯାଇଛନ୍ତି ପ୍ରଜ୍ଞାନନ୍ଦ ।