ଦିନର ଶେଷ ବଲରେ କିପରି ଆଉଟ ହେଲେ କୋହଲି!

ଟେଷ୍ଟ ମ୍ୟାଚରେ ୯,୦୦୦ ରନ୍ କରି ଇତିହାସ ରଚିଲେ

ଗତକାଲି ଦିନର ଶେଷ ବଲରେ ଆଉଟ ହୋଇ ନିଜର ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବିରାଟ କୋହଲି  । ତେବେ ସେ ଅର୍ଧ ଶତକ ହାସଲ କରିବା ପରେ  ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ ଖେଳାଯାଉଛି। ଟିମ ଇଣ୍ଡିଆର ପ୍ରଥମ ଇନିଂସରେ ବିରାଟ ଶୂନ୍ୟରେ ଆଉଟ ହୋଇଥିଲେ। କିନ୍ତୁ ସେ ଦ୍ୱିତୀୟ ଇନିଂସରେ ପ୍ରତ୍ୟାବର୍ତ୍ତନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। କୋହଲିଙ୍କ ସହ ସରଫରାଜ ଖାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବାରେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଏହି ଫର୍ମାଟରେ ସଚିନ ତେନ୍ଦୁଲକର ଭାରତ ପାଇଁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ସେ ୧୫୯୨୧ ରନ ସ୍କୋର କରିଛନ୍ତି। ସଚିନ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲ ଦ୍ରାବିଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦ୍ରାବିଡ ୧୩୨୬୫ ରନ ସ୍କୋର କରିଛନ୍ତି। ଏହା ପରେ ସୁନୀଲ ଗାଭାସ୍କର ଅଛନ୍ତି। ଗାଭାସ୍କର ୧୦୧୧୨ରନ ସ୍କୋର କରିଛନ୍ତି। କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।