ଆଇପିଏଲ୍‌-୧୯ – କେକେଆର୍‌ ର ନୂଆ ଜର୍ସି ଉନ୍ମୋଚିତ

ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌-୧୯ ପୂର୍ବରୁ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ର ପୂର୍ବ ବିଜେତା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତା’ର ନୂଆ ଜର୍ସିକୁ ଶନିବାର ଉନ୍ମୋଚିତ କରିଛି। ନିଆରା ଡିଜାଇନ୍‌ର ସମ୍ଭାର ଥିବା ଏହି ଜର୍ସିର ଥିମ୍‌ ରହିଛି ‘ପରମ୍ପରାର ରେଖା’।ତଦନୁଯାୟୀ ଜର୍ସିରେ କେକେଆର୍‌ର ଅନେକ ଅବିସ୍ମରଣୀୟ ମୁହୂର୍ତ୍ତର ଛାପ ରହିଛି। ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଐତିହାସିକ ୧୫୮* ରନ୍‌ର ପାଳିଠାରୁ ରିଙ୍କୁ ସିଂହଙ୍କ ଲଗାତାର ୫ଛକା ପର୍ଯ୍ୟନ୍ତ, ଏସବୁରୁ ପ୍ରେରଣା ନେଇ ହିଁ ଜର୍ସିର ରଙ୍ଗ ଓ ଆକାର ଚୟନ କରାଯାଇଥିବା ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କି ମହିଶୁର କହିଛନ୍ତି।

Leave a comment