ଫେବ୍ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବର୍ଡର ଗାଭାସ୍କର ଟ୍ରଫିର ୫ମ ତଥା ଶେଷ ଟେଷ୍ଟ ମ୍ୟାଚରେ ବୁମରା ସ୍କାନିଂ ପାଇଁ ହସପିଟାଲ ଯାଇଥିଲେ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କାର ଟ୍ରଫି ସମୟରେ ପିଠି ମାଂସପେଶୀ ଯନ୍ତ୍ରଣାରେ ଝଟପଟ ହୋଇଥିଲେ ବୁମରା । ଖବୁଶୀଘ୍ର ବୁମରା ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିପୋର୍ଟ କରିବେ । ବୁମରା ଆହତ ସମସ୍ୟା ନେଇ ଏନସିଏ ରିପୋର୍ଟ କରିବେ ବୋଲି ଏକ ସୂତ୍ରରୁ ଜଣାପଡିଛି । ବୁମରା ୩ ସପ୍ତାହ ପର୍ଯ୍ୟନ୍ତ ଏନସିଏରେ ରହିବେ । ଆଉ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ବୁମରା କହିଛନ୍ତି । ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଚୟନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତାଙ୍କ ଫିଟନେସ ରିପୋର୍ଟ ଦେଖି ଚୟନକର୍ତ୍ତା ଟିମ ଅନ୍ତିମ ନିଷ୍ପତ୍ତି ନେବେ । ମାର୍ଚ୍ଚ ପୂର୍ବରୁ ବୁମରା ସଂପୂର୍ଣ୍ଣ ଭାବେ ଫିଟ୍ ହୋଇପାରନ୍ତି ।