ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି । ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବର୍ଷ ପରେ ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ ଟ୍ରଫି ଜିତିବା ପରେ ମୁମ୍ବାଇ ୮ ଥର ଈରାନୀ କପ୍ ଫାଇନାଲ୍ ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା |ଶନିବାର ସକାଳେ ମୁମ୍ବାଇ ଏହାର ଦ୍ବିତୀୟ ପାଳିକୁ ୧୫୩/୬ରୁ ଖେଳିବା ପରେ ତନୁଶ କୋଟିଆଁ ଆକର୍ଷଣୀୟ ଶତକ (୧୧୪*, ୧୫୦ ବଲ୍) ହାସଲ କରି ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହି ଯୁବ ଅଲ୍ରାଉଣ୍ଡର୍ ନିଜ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରି ଈରାନୀ କପ୍ ଭଳି ମର୍ଯ୍ୟାଦାଜନକ ଫାଇନାଲ୍ରେ ଦଳକୁ ଜିତାଇଛନ୍ତି | ମୁମ୍ବାଇ ଏହାର ଦ୍ବିତୀୟ ପାଳିକୁ ୧୫୩/୬ରୁ ଖେଳିବା ପରେ ତନୁଶ କୋଟିଆଁ ଆକର୍ଷଣୀୟ ଶତକ (୧୧୪*, ୧୫୦ ବଲ୍) ହାସଲ କରି ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହି ଯୁବ ଅଲ୍ରାଉଣ୍ଡର୍ ନିଜ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି ଈରାନୀ କପ୍ ଭଳି ମର୍ଯ୍ୟାଦାଜନକ ଫାଇନାଲ୍ରେ। ତନୁଶଙ୍କ ଶତକ ଏବଂ ମୋହିତ ଅବସ୍ତି (୯୩ ବଲ୍ରୁ ୫୧* ରନ୍) ଅତୁଟ ଅଷ୍ଟମ ୱିକେଟ୍ ପାଇଁ ୧୫୮* ରନ୍ ଯୋଡ଼ି ଅବଶିଷ୍ଟ ଭାରତୀୟ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ। ମୁମ୍ବାଇ ୧୭୧/୮ରେ ପହଞ୍ଚିଥିବାବେଳେ ଏହି ଯୋଡ଼ିଙ୍କ କାରଣରୁ ଦଳ ୩୨୯/୮ରେ ପାଳି ଘୋଷଣା କରିଥିଲା। ଏହି ସମୟରେ ଉଭୟ ଦଳ ଅଧିନାୟକ ଋତୁରାଜ ଗାଏକ୍ବାଡ ଓ ଅଜିଙ୍କ୍ୟ ରାହାଣେ ସହମତିରେ ମ୍ୟାଚ୍ ଶେଷ କରିଥିଲେ। କାରଣ ମୁମ୍ବାଇ ସେତେବେଳକୁ ୪୫୦ ରନ୍ ଅଗ୍ରଣୀ ନେଇ ସାରିଥିଲା। ପ୍ରଥମ ପାଳିରେ ୨୨୨* ରନ୍ର ମାରାଥନ୍ ଦ୍ବିଶତକ ମାରିଥିବା ସର୍ଫରାଜ ଖାନ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପୂର୍ବରୁ ପ୍ରଥମ ପାଳିରେ ମୁମ୍ବାଇ ୫୩୭ ରନ୍ କରିଥିବାବେଳେ ଅବଶିଷ୍ଟ ଭାରତ ଦଳ ଅଭିମନ୍ୟୁ ଈଶ୍ବରନଙ୍କ ୧୯୧ ରନ୍ ସତ୍ତ୍ବେ ୪୧୬ ରନ୍ କରିଥିଲା।
Trending
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ