ଭାରତୀୟ ହକି ୧୦୦ ବର୍ଷରେ ପଦାର୍ପଣ କରିଛି। ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଆଜିଠାରୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ୍ (HIL) ପୁରୁଷ ଓ ମହିଳା ଲିଗ୍ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି। ହକି କ୍ରୀଡ଼ାର ଜାତୀୟ ସଂଘ ଆନୁଷ୍ଠାନିକ ଭାବେ ୭ ନଭେମ୍ବର ୧୯୨୫ରେ ଗ୍ବାଲିଅରଠାରେ ଆରମ୍ଭ ହୋଇଥିଲା। ଏହି ସମୟରେ ହକିରେ ଭାରତ ଶକ୍ତିଶାଳୀ ଥିଲା। ଗତ ୯୯ ବର୍ଷରେ ଏହି ଖେଳରେ ଭାରତ ବହୁ ସଫଳତା ପାଇଛି। ୮ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିଲା ବେଳେ ଥରେ ରୌପ୍ୟ ଓ ୪ ଥର କାଂସ୍ୟ ଜିତିଛି। ଥରେ ବିଶ୍ବକପ୍ ଜିତିଥିଲା ବେଳେ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପାଇଛି। ପ୍ରାକୃତିକ ପଡ଼ିଆଠାରୁ କୃତ୍ରିମ ଟର୍ଫ ପର୍ଯ୍ୟନ୍ତ ଭାରତୀୟ ହକି ଲଗାତାର ବଢ଼ିବାକୁ ଲାଗିଛି। ବିଗତ ଗୋଟିଏ ଦଶନ୍ଧି ହେବ ଭାରତୀୟ ହକିର ନବୀକରଣ ହୋଇଛି। ଚଳିତ ବର୍ଷବ୍ୟାପୀ ଆମେ ବିଭିନ୍ନ ଢଙ୍ଗରେ ଶତକୀୟ ବର୍ଷକୁ ପାଳନ କରି ଭାରତୀୟ ହକିର ଗୌରବକୁ ମନେ ପକାଇବୁ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି