ଭାରତୀୟ ହକି ୧୦୦ ବର୍ଷରେ ପଦାର୍ପଣ କରିଛି। ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଆଜିଠାରୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ୍ (HIL) ପୁରୁଷ ଓ ମହିଳା ଲିଗ୍ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି। ହକି କ୍ରୀଡ଼ାର ଜାତୀୟ ସଂଘ ଆନୁଷ୍ଠାନିକ ଭାବେ ୭ ନଭେମ୍ବର ୧୯୨୫ରେ ଗ୍ବାଲିଅରଠାରେ ଆରମ୍ଭ ହୋଇଥିଲା। ଏହି ସମୟରେ ହକିରେ ଭାରତ ଶକ୍ତିଶାଳୀ ଥିଲା। ଗତ ୯୯ ବର୍ଷରେ ଏହି ଖେଳରେ ଭାରତ ବହୁ ସଫଳତା ପାଇଛି। ୮ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିଲା ବେଳେ ଥରେ ରୌପ୍ୟ ଓ ୪ ଥର କାଂସ୍ୟ ଜିତିଛି। ଥରେ ବିଶ୍ବକପ୍ ଜିତିଥିଲା ବେଳେ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପାଇଛି। ପ୍ରାକୃତିକ ପଡ଼ିଆଠାରୁ କୃତ୍ରିମ ଟର୍ଫ ପର୍ଯ୍ୟନ୍ତ ଭାରତୀୟ ହକି ଲଗାତାର ବଢ଼ିବାକୁ ଲାଗିଛି। ବିଗତ ଗୋଟିଏ ଦଶନ୍ଧି ହେବ ଭାରତୀୟ ହକିର ନବୀକରଣ ହୋଇଛି। ଚଳିତ ବର୍ଷବ୍ୟାପୀ ଆମେ ବିଭିନ୍ନ ଢଙ୍ଗରେ ଶତକୀୟ ବର୍ଷକୁ ପାଳନ କରି ଭାରତୀୟ ହକିର ଗୌରବକୁ ମନେ ପକାଇବୁ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ