ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଆଗୁଆ ୩-୧ରେ ଜିତିନେଇଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଭାରତ ୫୯ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ପ୍ରଥମେ ଭାରତ ୧୯୧ ରନ୍ କରିଥିଲା । ୱେଷ୍ଟଇଣ୍ଡିଜ୍ ୧୩୨ରେ ସମସ୍ତ ୱିକେଟ୍ ହରାଇଥିଲା । ରୋହିତ ଶର୍ମା 16 ବଲରୁ 33 ରନ କରିଥିଲେ । ସେ 3ଟି ଛକା ସହ ଦୁଇଟି 4 ମାରିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରେ 24 ରନ କରିଥିଲେ । ସେ 2ଟି ଛକା ଏବଂ ଗୋଟିଏ ଚୈାକା ମାରିଥିଲେ । ଏହାପରେ ଦୀପକ ହୁଡା 21 ରନ୍ ଏବଂ ରିଷଭ ପନ୍ତ 44 ରନ୍ କରିବା ସହ ବେଶ ବଢ଼ିଆ ଖେଳିଥିଲେ । ସାମସନ 30 ରନ୍ ଏବଂ ଅକ୍ଷର ପଟେଲ 20 ରନ କରି ନଟଆଉଟ୍ ଥିଲେ ।192 ରନ ର ପିଛା କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ଟାରଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ 132 ରନରେ ସମସ୍ତ ଉଇକେଟ ହରାଇଥିଲା । ଓପନର ଭାବେ କିଙ୍ଗସ 13 ମେୟର୍ସ 14 ରନ କରିଥିଲେ । ପୂରନ 24 ରନ୍ ଏବଂ ପାଓ୍ବେଲ 24 ରନ କରି ଆଉଟ ହୋଇଥିଲେ । ହୋଲଡର 13 ରନ କରି ଆଉଟ ହୋଇଥିଲେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ