ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତକୁ 6 ସ୍ବର୍ଣ୍ଣ ପଦକ

ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧା‌ଦୌଡ଼ରେ ଚମତ୍କାର ସମୟ (୧୨.୯୯ ସେକେଣ୍ଡ୍) ସହ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ୧୧୦ ମିଟର୍ ବାଧାଦୌଡ଼ରେ ତେଜାସ ଶୀର୍ଷେ ନିଜ ଖେଳ ଜୀବନର ଦ୍ବିତୀୟ ଦ୍ରୁତତମ ସମୟ (୧୩.୫୨ ସେକେଣ୍ଡ୍) ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ଭାରତ ପାଇଁ ମହିଳା ୧୫୦୦ ମିଟରରେ ପୂଜା (୪:୧୧.୬୫) ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଟ୍ରିପଲ୍ ଜମ୍ପ୍‌ରେ ଅବଦୁଲ୍ଲା ଅବୁବାକର୍ (୧୬.୨୧ ମିଟର୍‌)ଙ୍କ ସହିତ ପୁରୁଷ ଓ ମହିଳା ୪ ଗୁଣା ୧୦୦ ମିଟର୍ ରିଲେ ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Leave a comment