ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ
ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚ୍ରେ ପରାଜିତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ପାଇଁ ଧାୱନ ବାହିନୀ ପାଇଁ ବିଜୟ ଜରୁରି ହୋଇ ପଡ଼ିଛି । ଭାରତ ପକ୍ଷରୁ ଶିଖର ଧାୱନ(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ୍, ଇଶାନ କିଷନ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ସର୍ଦୁଲ ଠାକୁର, ସାହବାଜ ଅହମ୍ମଦ, ଆଭେଶ ଖାନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଆଜିର ମ୍ୟାଚରେ ଖେଳିପାରନ୍ତି ।
ଭାରତର ମୁଖ୍ୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିସାରିଛି । ତଥାପି ଦ୍ୱିତୀୟ ଦଳ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଉଛି । ପ୍ରଥମ ମ୍ୟାଚ୍ରେ ଭାରତ ମାତ୍ର ୯ ରନ୍ରେ ପରାଜିତ ହୋଇଥିଲା ।
ରାଞ୍ଚିରେ ଆଜି ବଡ଼ ସ୍କୋର କରିବାକୁ ଚାହିଁଁବ ଭାରତ । ଏହି ପିଚ ବ୍ୟାଟସମ୍ୟାନଙ୍କୁ ସୁହାଇବ ।