ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି । ଶ୍ରେୟସ ଆୟାର ଏବଂ ଗିଲଙ୍କ ଦମଦାର ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିପାରିଛି । ସେପଟେ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଥିବାବେଳେ ଏବେ ବୋଲରଙ୍କ ଉପରେ ରହିଛି ନଜର । ଭାରତୀୟ ଯୁବ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ବିସ୍ପୋରକ ବ୍ୟାଟିଂ କରିଛନ୍ତି। ଉଦୟମାନ ବ୍ୟାଟର ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି।  ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୯୯ ରନ୍‌ ସଂଗ୍ରହ କରିଛି।