ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି : ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।   ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ହାସଲ କରିନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮  ରନ କରିଥିଲା । କେଏଲ ରାହୁଲ ୫୫ ରନ ଓ ସୂର୍ଯ୍ୟକୁମାର ୪୮ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ମାତ୍ର  ୩୦ଟି ବଲରେ  ୭୧ ରନ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଜୋସ୍ ଇଙ୍ଗ୍ଲିସ ୧୭ ରନରେ ବିଦାୟ ନେଇଥିଲେ। ୧୪୫ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡିଥିବା ଅଷ୍ଟ୍ରେଲିଆକୁ ମାଥ୍ୟୁ ଓ୍ଵାଦେ ଏବଂ ଟିମ୍ ଡେଭିଡ୍  ବିଜୟ ଆଡକୁ ନେଇଥିଲେ।

କାମେରନ ଗ୍ରୀନ ସର୍ବାଧିକ ୬୧ ରନ, ଷ୍ଟିଭ ସ୍ମିଥ ୩୫ ରନ ଓ ଆରନ ଫିଞ୍ଚ୍ ୨୨ରନ କରିଥିଲେ ।  ମାଥ୍ୟ ଓ୍ବାଡେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୧ଟି ବଲରେ ୪୫ ରନ କରି ଦଳ ପାଇଁ ବିଜୟ ଆଣି ଦେଇଥିଲେ ।

ବଡ଼ ସ୍କୋର କରି ମଧ୍ୟ ପରାଜିତ ହୋଇଛନ୍ତି ଭାରତୀୟ ଟିମ୍ । ମୋହାଲିର ହାଇ ସ୍କୋରିଂ ପିଚ୍‌ରେ ବୋଲରଙ୍କ ବୋଲିଂ ଲାଇନ ଠିକ୍‌ ନଥିବାରୁ  ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ୪ ଓ୍ଵିକେଟ୍‌ରେ ଜିତି ନେଇଛି। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି।