ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା

ଆଜି ସନ୍ଧ୍ୟା ୭ଟାରେ ପୁଣେରେ ଖେଳାଯିବ ଏହା ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳର ନଜର ସିରିଜ୍ ବିଜୟ ଉପରେ ରହିଛି। ଅନ୍ୟପଟେ ଜୋସ ବଟଲରଙ୍କ ଦଳ ମୁକାବିଲା ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ବର୍ତ୍ତମାନ ୨-୧ ସିରିଜରେ ଭାରତ ଆଗୁଆ ରହିଛି । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌କୁ ଦମଦାର ଭାବେ ଜିତି ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି ଇଂଲଣ୍ଡ।