ମହିଳା କ୍ରିକେଟ୍ ବିଶ୍ବକପ୍‌ : ପ୍ରଥମ ଥର ଚାମ୍ପିଅନ ହେଲା ଭାରତ

ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତି ଇତିହାସ ରଚିଛି। ମୁମ୍ବାଇର ଡି.ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି।

ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୯୮ ରନ କରିଥିଲା। ଶେଫାଳି ବର୍ମା ୮୭, ଦୀପ୍ତି ଶର୍ମା ୫୮ ଏବଂ ସ୍ମୃତି ମନ୍ଧାନା ୪୫ ରନ କରିଥିଲେ। ଭାରତର ପ୍ରାରମ୍ଭିକ ଯୋଡ଼ି ୧୦୦ ରନ୍‌ରେ ଭାଗୀଦାରି କରି ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ।

ଜବାବରେ, ଦକ୍ଷିଣ ଆଫ୍ରିକା ଏକ ଭଲ ଆରମ୍ଭ କରିଥିଲା, କିନ୍ତୁ ଭାରତ ଶୀଘ୍ର ଉଇକେଟ ନେଇ ମ୍ୟାଚକୁ ନିଜ ସପକ୍ଷରେ ଫେରାଇ ଦେଇଥିଲା। ଦୀପ୍ତି ଶର୍ମା ଚମତ୍କାର ବୋଲିଂ କରି ପାଞ୍ଚଟି ଉଇକେଟ ନେଇଥିଲେ। ଶେଫାଳି ବର୍ମା ମଧ୍ୟ ବଲ୍‌ରେ ତାଙ୍କର ଚମତ୍କାରିତା ଦେଖାଇ ଦୁଇଟି ଉଇକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଲୌରା ୱୋଲଭାର୍ଡଟ ୧୦୧ ରନ କରିଥିଲେ, କିନ୍ତୁ ତାଙ୍କ ଦଳ ୨୪୬ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଏହି ବିଜୟ ସହିତ, ଭାରତୀୟ ମହିଳା କ୍ରିକେଟ୍‌ରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି।

୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏ ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି। ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ବ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ବକପ୍‌ ବିଜୟ।

ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍‌ରାଉଣ୍ଡର୍‌ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା । ଅଲରାଉଣ୍ଡର ପଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ୮୭  ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ ।  ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍‌ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ବପ୍ନ ଅଧୁରା ରହିଯାଇଛି ।

Leave a comment