ଏସିଆ କପ୍ : ଭାରତ ନେପାଳ ଟକ୍କର
ପାଲେକେଲ୍: ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍ରେ ଗ୍ରୁପ୍ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ନେପାଳ ପକ୍ଷରୁ ଧାର୍ଯ୍ୟ ୨୩୧ ରନ୍କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍ ଆକ୍ରମଣାତ୍ମକ ଖେଳିଥିଲେ। ୨.୧ ଓଭର ବେଳକୁ ଦଳ ୧୭ ରନ୍ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା। ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରୋହିତ * ୭୪* ରନ୍ ଓ ଶୁବମନ ଗିଲ୍ ୬୭ ରନ୍ଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ୧୭ ବଲ୍ ବଳକା ଥାଇ ୧୦ ୱିକେଟ୍ରେ ବିଜୟୀ ହୋଇଥିଲା।
Toss & Team News
#TeamIndia have elected to bowl against Nepal.
A look at our Playing XI
![]()
Follow the match
https://t.co/i1KYESEMV1 #AsiaCup2023 | #INDvNEP pic.twitter.com/wX572GyE07
— BCCI (@BCCI) September 4, 2023