ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ
ଭାରତର ଦୁଇ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା (Rohit sharma) ଓ ବିରାଟ କୋହଲି(Virat Kohli)ଙ୍କ ଦମଦାର ଇନିଂସ ବଳରେ ୩ୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ରୋହିତ ଏକ ବିସ୍ଫୋରକ ଶତକ ଅର୍ଜନ କରିଥିବାବେଳେ ବିରାଟ ୭୪ ରନର ପାଳି ଖେଳିଥିଲେ । ତେବେ ପ୍ରଥମ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ୨-୧ରେ ଏହି କ୍ରିକେଟ (Cricket) ସିରିଜ (India Vs Australia )କୁ ନିଜ ନାମରେ କରିଛି ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ (Australia) ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୪୧ ରନ ଓ ମ୍ୟାଟ୍ ରେନସ ୫୬ ରନ କରିଥିଲେ । ସେହିପରି ମାଥ୍ୟୁ ସର୍ଟ ୩୦ ରନ କରିଥିବାବେଳେ ଟ୍ରାଭିସ୍ ହେଡ୍ ୨୯ ରନ କରିଥିଲେ । ଭାରତ ପକ୍ଷରୁ ହର୍ଷିତ ରାଣା ୪ଟି ଓ ଓ୍ବାସିଂଟନ ସୁନ୍ଦର ୨ଟି ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ, ଅକ୍ଷର ପଟେଲ, କୁଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୨୩୭ରନର ଲକ୍ଷ୍ୟକୁ ଭାରତ ୩୮.୩ ଓଭରରେ ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ରୋହିତ ୧୨୧ ରନ କରିଥିବାବେଳେ ବିରାଟ ୭୪ ରନ ଓ ଶୁବମନ ଗିଲ ୨୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜଲଉଡ୍ ଏକମାତ୍ର ୱିକେଟ୍ ନେଇଥିଲେ ।