ଏବେ ଭାରତ ପାଇଁ ଭଲ ବେଳା ଚାଲିଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନକୁ ଟେଷ୍ଟରେ ହରାଇ ବାଂଲାଦେଶ ଆସିଥିଲା । ତେବେ ନୂଆ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍ରେ ବାଂଲାଦେଶକୁ ହରାଇବାରେ ଭାରତୀୟ ଖେଳାଳିମାନେ ସମର୍ଥ ହୋଇଥିଲେ।
ପ୍ରଶଂସକମାନଙ୍କ ପାଇଁ ଭାରତ ସବୁବେଳେ ପସନ୍ଦର ଦଳ ହୋଇଥାଏ, କିନ୍ତୁ ବାଂଲାଦେଶ ଏହି ଫର୍ମାଟ୍ରେ କେତେ ପଛରେ ତାହା ଏହି ମ୍ୟାଚ୍ରୁ ଜଣାପଡ଼ିଛି। ଟେଷ୍ଟ୍ ଶୃଙ୍ଖଳା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ଆକ୍ରମଣାତ୍ମକ ଖେଳ ଟ୍ବେଣ୍ଟି-୨୦ରେ ମଧ୍ୟ ଜାରି ରହିଛି। ସମସ୍ତେ ଏବେ ଫର୍ମରେ ଅଛନ୍ତି ।
କେବଳ ନୀତୀଶ କୁମାର ରେଡ୍ଡୀ (୧୬* ରନ୍, ୧୫ ବଲ୍) ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ୧୫୦ରୁ ଅଧିକ ଷ୍ଟ୍ରାଇକ୍ରେଟ୍ରେ ବ୍ୟାଟିଂ କରିଥିଲେ।
ପ୍ରତ୍ୟେକ ବ୍ୟାଟର୍ ଭଲ ଲୟରେ ଥିବା ବେଳେ ଭାରତୀୟ ବୋଲରମାନେ ମଧ୍ୟ ଦଳକୁ ଶକ୍ତି ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍ର ଏକାଦଶରେ ପାଖାପାଖି ୮ ବୋଲିଂ ବିକଳ୍ପ ରହିଥିଲେ।
ଅନ୍ୟପକ୍ଷରେ ବାଂଲାଦେଶ ଅଧିନାୟକ ନଜମୁଲ ହୋସେନ୍ ଶାନ୍ତୋ ସ୍ବୀକାର କରିଛନ୍ତି ଯେ, ତାଙ୍କ ଦଳ ଭାରତ ଅପେକ୍ଷା ଦୁର୍ବଳ ରହିଛି ।