ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମହିଳା କ୍ରିକେଟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 4 ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ କରୁଛି । ଏହି ସେମିଫାଇନାଲ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ସେଫାଳି ବର୍ମା 15 ରନ୍ ସ୍ମୃତି ମାନଧାତା 61 ରନ୍ କରି ଆଉଟ ହୋଇଛନ୍ତି । 20 ଓଭରରେ ଭାରତୀୟ ମହିଳା ଟିମ 5 ଉଇକେଟ ହରାଇ 164 ରନ କରିଛି ।
ଜେମିମା ରୋଡ୍ରିଗୁସ୍ 44 ରନ , ହରମାନପ୍ରୀତ କୈାର 20 ରନ୍ , ଦୀପ୍ତି ଶର୍ମା 22 ରନ୍ କରିଥିଲେ । ବର୍ତ୍ତମାନ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ଲଢ଼େଇ କରିବ। ତେବେ ଯଦି ଟିମ ଫାଇନାଲରେ ପରାସ୍ତ ହୁଏ, ତେବେ ରୌପ୍ୟ ପଦକ ନିଶ୍ଚିତ ଭାବରେ ଭାରତକୁ ଆସିବ। ଆଜି ଅଷ୍ଟ୍ରେଲିଆ ଏବଂ ନିଉଜିଲ୍ୟାଣ୍ଡ ମ୍ୟାଚରେ ଯିଏ ବିଜୟୀ ହେବ ଆସନ୍ତାକାଲି ଭାରତ ତା ବିରୋଧରେ ଫାଇନାଲ ଖେଳିବ ।