ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ।  ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ପଞ୍ଚମ ଦିନ ମଙ୍ଗଳବାରରେ ଏହାକୁ ସହଜରେ ହାସଲ କରିଛି। କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି। ତେବେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ।

Leave a comment