ଭାରତ-ପାକ ଲଢେଇ, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ

ଭାରତ-ପାକ ମଧ୍ୟରେ କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ୬.୩୦ ଟସ୍ ପଡିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ । ତେଣୁ ଭାରତ ବ୍ୟାଟିଂ କରିବ । ଏଥର ବି ହାତ ମିଶାଇଲେନି ଦୁଇ ଅଧିନାୟକ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ମଇଦାନକୁ ଓଲ୍ହାଇବ ଟିମ୍ ଇଣ୍ଡିଆ । ଅସୁସ୍ଥତା ପରେ ଓପନର ଅଭିଷେକ ଶର୍ମା ଟିମକୁ ଫେରିଥିବା ବେଳେ କୁଲଦୀପ ମଧ୍ୟ ଟିମକୁ ଫେରିଛନ୍ତି ।

ଭାରତ ପ୍ଲେଇଂ ଏକାଦଶ : ଅଭିଷେକ ଶର୍ମା, ଈଶାନ କିଷନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, କୁଲଦୀପ ଯାଦବ

ପାକିସ୍ତାନର ସମ୍ଭାବ୍ୟ ଏକାଦଶ : ସଲମାଗ ଆଗା, ସଇମ ଆୟୁବ, ସାହିବଜାଦା ଫରହାନ, ବାବର ଆଜମ, ଉସମାନ ଖାନ, ଫକର ଜମାନ, ଶାଦାବ ଖାନ, ମହମ୍ମଦ ନୱାଜ, ଫହିମ ଅସରଫ, ଶାହିନ ଶାହ ଆଫ୍ରିଦି, ଉସମାନ ତାରିଖ, ଅବ୍ରାର ଅହମ୍ମଦ, ନସିମ ଶାହ/ସଲମାନ ମିର୍ଜା

Leave a comment