ଟସ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍‌ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଛି ସିରିଜ୍‌ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ୍‌ ପାଇଁ ଫିଟ୍‌ ନାହାନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ବିଶ୍ରାମ ନେଇଛନ୍ତି । ସେପଟେ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ଭାରତର ଦୁଇ ନୂଆ କ୍ରିକେଟର ।

ଟସ୍‌ ପରେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଆକ୍ରାମକ ଆଭିମୁଖ୍ୟ ଆପଣାଇବାକୁ ଚେଷ୍ଟା କରିବୁ । ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ସେପଟେ ଟି-ଟ୍ବେଣ୍ଟି ସିରିଜ ପରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ସିନିୟର ବ୍ୟାଟର ଜୋ ରୁଟ୍‌ ।