ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ, ଟସ୍ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି
ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ। ଟସ୍ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ । ସକାଳ ୯ଟାରୁ ମ୍ୟାଚ୍ ଖେଳାଯିବ। ଶେଷ ଦିନିକିଆ ଜିତି ସମ୍ମାନ ବଜାୟ ଲକ୍ଷ୍ୟରେ ଭାରତ ଖେଳିବ । ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ କବଜା କରିଛି ।
ଉଲ୍ଲେଖ ଥାଉ କି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଛି। ଶୃଙ୍ଖଳାର ତୃତୀୟ ଦିନିକିଆ ଆଜି ଖେଳାଯାଉଛି। ଏହି ମ୍ୟାଚ୍ ଜିତି ଶୁବମନ ଗିଲ୍ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।
ପ୍ରଥମ ଦୁଇ ମ୍ୟାଚ୍ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍ ହାଜେଲ୍ଉଡ୍ଙ୍କ ବିପକ୍ଷରେ ଖେଳିବାରେ ବିଫଳ ହୋଇଛନ୍ତି। ପର୍ଥ ପରି ଆଡିଲେଡ୍ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍ ଶୀଘ୍ର ହରାଇଥିଲା ଭାରତ। କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇଥିଲେ।
ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ୭୩ ରନ୍ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଦଳ ଅସନ୍ତୁଳିତ ରହୁଛି। ଶୃଙ୍ଖଳା ଜିତି ସାରିଥିବାରୁ ଅଷ୍ଟ୍ରେଲିଆ ଦଳ ଦୁଇ ତାରକା ବୋଲର ହାଜେଲ୍ଉଡ୍ ଓ ଷ୍ଟାର୍କଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିଛି।