ପାକିସ୍ତାନ ବ୍ୟାଟର୍‌ ରିଜଓ୍ବାନକୁ ପଛରେ ପକାଇ ୧ ନମ୍ବର ହେଲେ ସୂର୍ଯ୍ୟ

ଚମକୁଛନ୍ତି ସୂର୍ଯ୍ୟକୁମାର ଯାଦବ । ଗୋଟିଏ ବର୍ଷ ଭିତରେ ବିଶ୍ବର ବିଶିଷ୍ଟ ଖେଳାଳୀଙ୍କୁ ପଛରେ ପକାଇ ସେ ଏକ ନମ୍ବର ହୋଇଛନ୍ତି । କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସେ ଏବେ ଏକନମ୍ବରରେ ଅଛନ୍ତି ।

ଗତ ବର୍ଷେ ହେଲା ଟିମ୍‌ ଇଣ୍ଡିଆରେ ଧୂଆଁଧାର ବ୍ୟାଟିଂ କରି ଚର୍ଚାରେ ଅଛନ୍ତି ସୂର୍ଯ୍ୟ । ଚାରି ନମ୍ବରରେ ଏବେ ଟି -20 ପାଇଁ ସେ ଫିଟ୍ ହୋଇସାରିଛନ୍ତି । ଅନେକ ରେକର୍ଡ ଭିତରେ ଏବେ ବିଶ୍ବର ଏକ ନମ୍ବର ବ୍ୟାଟର୍‌ ହେବାର ଆଉ ଏକ ରେକର୍ଡ କରିଛନ୍ତି ସୂର୍ଯ୍ୟ । ପାକିସ୍ତାନର ଓପନର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ବାନଙ୍କୁ ପଛରେ ପକାଇ ଆଇସିସି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ୮୬୩ ପଏଣ୍ଟ ସହ ସୂର୍ଯ୍ୟକୁମାର ଶୀର୍ଷକୁ ଉଠିଥିବା ବେଳେ ମହମ୍ମଦ ରିଜଓ୍ବାନ ୮୪୨ ପଏଣ୍ଟ ସହ ଦ୍ବିତୀୟକୁ ଖସିଛନ୍ତି । ସେହିଭଳି ନ୍ୟୁଜିଲାଣ୍ଡର ଡେଭୋନ୍‌ କୋନଓ୍ବେ ୭୯୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ୩୭ଟି ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ଏବଂ ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସ୍କାଏ ।