ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ

ଲକ୍ଷ୍ନୌ : ହାରୁ ହାରୁ ଜିତିଛି ଗୁଜରାଟ । ସୋସିଆଲ ମିଡିଆରେ ଏନେଇ ପ୍ରଶଂସକମାନେ ଲକ୍ଷ୍ନୈାକୁ ଦୋଷ ଦେଉଛନ୍ତି । ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ ଆଣିଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ଲକ୍ଷ୍ନୈା ପ୍ରଶଂସକ ।

ମୋହିତ ଶର୍ମା ପକାଇଥିବା ଶେଷ ଓଭରରେ ଲକ୍ଷ୍ନୌ ମାତ୍ର ୪ ରନ ହିଁ କରିପାରିଥିଲା ।

ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କେଏଲ ରାହୁଲ ସର୍ବାଧିକ ୬୮ରନ କରିଥିବାବେଳେ କାଇଲ ମେୟର୍ସ ୨୪ରନ ଓ କ୍ରୁନାଲ ପାଣ୍ଡ୍ୟା ୨୩ରନ କରିଥିଲେ ।  ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ରନ କରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୬୬ରନ ଓ ରିଦ୍ଧିମାନ ଶାହା ୪୭ରନ କରିଥିଲେ ।