ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଆଜି
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଆଜି ମୋହାଲିରେ ଖେଳାଯିବ । ତେବେ ଆଜିର ମ୍ୟାଚରେ ଖେଳିବେନି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ କୋହଲି ଖେଳିବେ ନାହିଁ ବୋଲି କହିଥିବାବେଳେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏହି ସୂଚନା ଦେଇଛନ୍ତି । ରୋହିତ ଶର୍ମା ପୁଣି ଦଳର ନେତୃତ୍ବ ନେବେ । କୋହଲିଙ୍କ ଝିଅ ଭାମିକାଙ୍କ ଜନ୍ମଦିନ କାରଣରୁ ସେ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ବ୍ୟକ୍ତିଗତ କାରଣୁ ପ୍ରଥମ ଟି-୨୦ରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି କୋହଲି । ମାତ୍ର ବାକି ଦୁଇ ମ୍ୟାଚ ଖେଳିବେ । ଜାନୁଆରୀ ୧୪ ଏବଂ ୧୭ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଦଳକୁ ଫେରିବେ କୋହଲି । ଦୀର୍ଘ ୧୪ ମାସ ପରେ କୋହଲି ଟି-୨୦ ଦଳକୁ ଫେରିଛନ୍ତି ।ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ଟି-୨୦ ସିରିଜ ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର ।