ଆଜି ବିଶ୍ବକପ ଫାଇନାଲ: ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା

ଦୋହା : ଆଜି ବିଶ୍ବ ଫୁଟ୍‌ବଲ୍‌ ଫାଇନାଲ ପାଇଁ ସାରା ବିଶ୍ବରେ ଫୁଟବଲ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ।  ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ୍‌ ଖେଳାଯିବାକୁ ନେଇ ସମସ୍ତେ କରିଛନ୍ତି ଅପେକ୍ଷା । ମେସିଙ୍କ ପାଇଁ ସୋସିଆଲ ମିଡିଆରେ ଦେଖାଦେଇଛି କ୍ରେଜ । ଅଧିକାଂଶ ପ୍ରଶଂସକମାନେ ଏଥର ଆର୍ଜେଣ୍ଟିନାକୁ ନିଜର ବିଜୟୀ ଦଳ ଭାବେ ଦେଖିବାକୁ ଚାହୁଁଛନ୍ତି ।

  ଦୁଇ ଦଳ ଏଥର ତୃ୍ତୀୟ ଥର ଟ୍ରଫି ହାସଲ ପାଇଁ ସଂଧ୍ୟାରେ ପଡିଆକୁ ଓହ୍ଲାଇବେ । ଆଜିର ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିବ । ଦୁଇ ଖେଳାଳି ୫ଟି ଲେଖାଏଁ ଗୋଲ୍‌ ଦେଇ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ରହିଥିବାରୁ ଏହି ଦୁଇ ଖେଳାଳିଙ୍କୁ ନେଇ ସାରା ବିଶ୍ବରେ ଚର୍ଚା । ସୋସିଆଲ ମିଡିଆରେ ମଧ୍ୟ ଏହି ଦୁଇ ଖେଳାଳିଙ୍କ ପ୍ରଶଂସକ ନିଜର କ୍ରିଏଟିଭିଟି ଦେଖାଇ ଅନେକ ଆଲୋଚନା କରୁଛନ୍ତି ।

ତେବେ ମେସିଙ୍କର ଏହା ଶେଷ ବିଶ୍ବକପ୍‌ ହୋଇଥିବାରୁ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବାକୁ ପ୍ରଶଂସକମାନେ କହୁଛନ୍ତି। ସେହିପରି ଏମ୍‌ବାପେ ମଧ୍ୟ ବ୍ରାଜିଲ୍‌ କୁ ଜିତାଇବା ପାଇଁ କଡ଼ା ପରିଶ୍ରମ କରୁଥିବା ଦେଖାଯାଇଛି ।