କାଂସ୍ୟ ଜିତିଲା କ୍ରୋଏସିଆ

ଦୋହା: ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ମରକ୍କୋକୁ ହରାଇଲା କ୍ରୋଏସିଆ । ଗତଥରର ଉପବିଜେତା ଏଥର କାଂସ୍ୟ ଜିତିଲା କ୍ରୋଏସିଆ ।  କ୍ରୋଏସିଆ ଫିଫା ବିଶ୍ବକପ୍‌ କାତାର ସଂସ୍କରଣର ତୃତୀୟ ପାଇଁ ଖେଳାଯାଇଥିବା ମ୍ୟାଚରେ ନିଜର ଦବଦବା ରଖିଥିଲା । ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଶନିବାର କାଂସ୍ୟ ପଦକ ପାଇଁ ହୋଇଥିବା ମ୍ୟାଚ୍‌ରେ କ୍ରୋଏସିଆ ୨-୧ ଗୋଲ୍‌ରେ ମରକ୍କୋକୁ ପରାସ୍ତ କରିଛି। ଖେଳ ଆରମ୍ଭ ହେବାର ୭ ମିନିଟ୍‌ରେ କ୍ରୋଏସିଆ ପ୍ରଥମ ଗୋଲ୍‌ ଦେଇଥିଲା। ଇଭାନ୍‌ ପେରିସିକ୍‌ଙ୍କ ହେଡର ପାସ୍‌କୁ ଜୋ‌ସ୍କୋ ଜିଭାର୍ଦିଓଲ୍‌  ହେଡର ଯୋଗେ ଏହି ଗୋଲ୍‌ ସ୍କୋର କରିଥିଲେ।  ତେବେ ମରକ୍କୋ ମଧ୍ୟ ଏହି ଗୋଲ୍‌ର ଜବାବ ଦେବାକୁ ଯାଇ ଦୁଇ ମିନିଟ୍‌ ପରେ ଆଚ୍ରଫ ଦରିଙ୍କ ହେଡର ଜରିଆରେ ଗୋଲ୍‌ ଶୁଝିଥିଲା।  ଶେଷରେ ୪୨ତମ ମିନିଟ୍‌ରେ କ୍ରୋଏସିଆର ମିସ୍‌ଲାଭ ଓରସିକ୍‌ ମରକ୍କୋ  ଦଳର ଦ୍ବିତୀୟ ଗୋଲ୍‌ ଦେଇଥିଲେ। ଦୁଇ ଦଳ ଜିତିବା ପାଇଁ କଡା ସଂଘର୍ଷ କରିଥିଲେ ମଧ୍ୟ ଶେଷରେ କ୍ରୋଏସିଆ ବିଜୟୀ ହୋଇଥିଲା ।