ଗୋଆରେ ଖେଳାଯିବ ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍
ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍ ଗୋଆରେ ଖେଳାଯିବ। ଏହି ବିଶ୍ବକପ୍ ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଥର ବିଶ୍ବ ଚମ୍ପିଆନ୍ ମ୍ୟାଗ୍ନସ କାର୍ଲସେନ୍ ଏହି ବିଶ୍ବକପ୍ ଖେଳିବା ସମ୍ଭାବନା କମ୍। ବିଶ୍ବକପ୍ରେ ମୋଟ ୨୦୬ ଜଣ ଖେଳିବେ। ସେମାନଙ୍କ ମଧ୍ୟରୁ ପ୍ରଥମ ୫୦ ଜଣ ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି। ୫୧ରୁ ୨୦୬ ମାନ୍ୟତା ପାଇଥିବା ଖେଳାଳି ୨ଟି ଗେମ୍ ୮ ରାଉଣ୍ଡ ଧରି ଖେଳିବେ। ପ୍ରତି ରାଉଣ୍ଡ ୩ ଦିନିଆ ହେବ। ପ୍ରଥମ ୨ ଦିନ କ୍ଲାସିକାଲ ମୁକାବିଲା ହେବ। ଏଥିରେ ଫଇସଲା ନ ହେଲେ ୩ୟ ଦିନରେ ୠାପିଡ୍ ଓ ବ୍ଲିଜ୍ ଟାଇବ୍ରେକର ଖେଳାଯିବ। ଏହି ବିଶ୍ବକପ୍ ଖେଳିବାକୁ ୨୧ ଜଣ ଭାରତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ ୫ ଥର ବିଶ୍ବ ଚମ୍ପିଆନ୍ ବିଶ୍ବନାଥନ୍ ଆନନ୍ଦ ମଧ୍ୟ ରହିଛନ୍ତି। ପ୍ରତିଯୋଗିତାରେ ୨ ନିୟୁତ ଆମେରିକୀୟ ଡଲାର (୧୭.୫ କୋଟି ଟଙ୍କା) ପୁରସ୍କାର ରାଶି ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ୩ଟି ସ୍ଥାନରେ ଥିବା ଖେଳାଳି ୨୦୨୬ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ।