ଟ୍ବେଣ୍ଟି-୨୦ ବିଶ୍ବକପ୍ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର ନୂଆ ସରକାର
ଟ୍ବେଣ୍ଟି-୨୦ ବିଶ୍ବକପ୍ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର ନୂଆ ସରକାର। ଏ ନେଇ କ୍ରୀଡ଼ା ମନ୍ତ୍ରୀ ଅମିନୁଲ୍ ହକ୍। ସେ କହିଛନ୍ତି ଯେ ସରକାର ଜାଣିବାକୁ ଚେଷ୍ଟା କରିବେ କେଉଁ କାରଣରୁ ବାଂଲାଦେଶ ଦଳ ବିଶ୍ବକପ୍ ଖେଳିପାରିଲା ନାହିଁ। ବିଶ୍ବକପ୍ ହେଲା, କିନ୍ତୁ କ୍ରୀଡ଼ା କୂଟନୀତିର ଅଭାବ ଯୋଗୁଁ ଦଳ ଭାଗ ନେଇପାରିଲା ନାହିଁ। ଏହି କମିସନ ଗଠନ ମାଧ୍ୟମରେ ସରକାର କେଉଁଠି ସମସ୍ୟା ରହୁଛି ଓ କୂଟନୀତିରେ କଣ ଅଭାବ ରହୁଛି ତାହା ଜାଣିବାକୁ ଚେଷ୍ଟା କରିବେ । ଏଥିପାଇଁ ଏକ ତଦନ୍ତ କମିଟି ଗଠନ କରାଯିବ ଯାହାକି ମୂଳ ସମସ୍ୟା ଜାଣିବାକୁ ଚେଷ୍ଟା କରିବ, ଏ ନେଇ କ୍ରିକେଟ୍ ବୋର୍ଡ ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ପଚରାଉଚୁରା କରିବ ଓ ସରକାରଙ୍କ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିବ।
ଏହାପୂର୍ବରୁ ମହମ୍ମଦ ମିଥୁନଙ୍କ ନେତୃତ୍ବରେ ବାଂଲାଦେଶ କ୍ରିକେଟ୍ କଲ୍ୟାଣ ସଂଘର ଏକ ପ୍ରତିନିଧିମଣ୍ଡଳ ତାଙ୍କୁ ଭେଟିଥିଲେ ଓ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଏହି ବୈଠକ ଅବସରରେ ଉଚିତ ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।