ଅଧିନାୟକ ପଦ ଛାଡ଼ିଲେ ବାବର

ଇସଲାମବାଦ:  ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍ । ପାକିସ୍ତାନ କ୍ରିକେଟ ଟିମର  ତିନୋଟି ଯାକ ଫର୍ମାଟରେ ଅଧିନାୟକ ରହିଥିବାବେଳେ ଇସ୍ତଫା ଦେଇଛନ୍ତି । ବାବର  ୨୦୧୯ରେ ପାକିସ୍ତାନ କ୍ରିକେଟ ଅଧିନାୟକ ଭାବେ ପଦ ସମ୍ଭଳିଥିଲେ।  ପାକିସ୍ତାନୀ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି କି, ଅଧିନାୟକ ଛାଡ଼ିବା ଏକ କଷ୍ଟସାଧ୍ୟ କାମ ।  ଚଳିତ ବିଶ୍ବକପରେ ପାକିସ୍ତାନ ୯ଟି ମ୍ୟାଚରୁ ୫ଟି ହାରି ୪ ମ୍ୟାଚ ଜିତିଥିଲା । ପଞ୍ଚମ ସ୍ଥାନରେ ରହି ବିଶ୍ବକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ଦଳ ଚଳିତ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ସମାଲୋଚନାର ଶିକାର ହୋଇଛି । ଆଫଗାନିସ୍ତାନଠାରୁ ଏକ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପାକିସ୍ତାନ ।  ସେମି ରେସରୁ ବାଦ ପଡ଼ିଥିଲା ପାକିସ୍ତାନ । ପାକିସ୍ତାନର ପରାଜୟକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ବାବର ଆଜମ ।