କୋଲ୍କାତା: ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ଚଳିତ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା। ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ସମାନ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନେଟ୍ ରନ୍ ରେଟ୍ରେ ଆଗରେ ରହି ଦ୍ବିତୀୟ ସ୍ଥାନରେ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ ଏହି ଲଢ଼େଇରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ରେ ସେମିଫାଇନାଲ୍ ଖେଳିଥିଲେ ମଧ୍ୟ ତା’ଆଗକୁ ବଢ଼ିବାକୁ ସକ୍ଷମ ହୋଇନି। ଚଳିତ ଥର ତେମ୍ବା ବଭୂମାଙ୍କ ଦଳ ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍ ଖେଳିବା ଆଶା ବାନ୍ଧିଛି। ୧୯୯୯ରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ୍ ଖେଳ ବେଳେ ଏହି ମ୍ୟାଚ୍ ନାଟକୀୟ ଭାବେ ଟାଇ ହୋଇଥିଲା। ଫଳରେ ପୂର୍ବ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲ୍ରେ ପହଞ୍ଚିଥିଲା ଏବଂ ଦକ୍ଷିଣ ଆଫ୍ରିକାର ଅଭିଯାନ ସେମିରେ ଶେଷ ହୋଇଯାଇଥିଲା। ୨୦୦୭ରେ ମଧ୍ୟ ସେହି ଅଷ୍ଟ୍ରେଲିଆ ସହ ସେମି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ମ୍ୟାଚ୍କୁ ସହଜରେ ଜିତି ନେଇଥିଲା। ତେବେ ଏହି ଦୁଇ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ଇଡେନ୍ରେ ନେବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା। ଲିଗ୍ ପର୍ଯ୍ୟାୟରେ ଚମତ୍କାର ଖେଳିଥିବା ଦକ୍ଷିଣ ଆଫ୍ରିକା କେବଳ ଭାରତ ଓ ନେଦରଲାଣ୍ଡ୍ସଠୁ ହାରିଛି।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post