୧୮୧ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ

ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରା ଓ ନୀତିଶ ରେଡ୍ଡୀ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା । ଏହା ସହ ପ୍ରଥମ ଇନିଂସରେ ୪ ରନରେ ଆଗୁଆ ହୋଇଛି ଟିମ ଇଣ୍ଡିଆ । ସେପଟେ ବୁମରା ଆହତ ହେବା ଫଳରେ ତାଙ୍କ ସ୍ଥାନରେ କୋହଲି ଅଧିନାୟକ ଭାର ସମ୍ଭାଳିବେ ।

ଭାରତ ଦ୍ବିତୀୟ ଇନିଂସ ବ୍ୟାଟିଂ କରି ୪୭ ରନ କରି ୨ ୱିକେଟ ହରାଇଛି । ଯଶସ୍ବୀ ଜୟସୱାଲ ୩୫ ବଲରେ ୨୨ ରନ କରିଥିବା ବେଳେ ସ୍କଟ ବୋଲଣ୍ଡ ତାଙ୍କୁ ଆଉଟ୍ କରିଛନ୍ତି । ସେହିପରି କେଏଲ ରାହୁଲ ୨୦ ବଲରେ ୧୩ ରନ୍ କରି ଆଉଟ ହୋଇଛନ୍ତି । ଭାରତ ୬୩ ରନରେ ଆଗୁଆ ରହିଛି । ଏବେ ଶୁବମନ ଗିଲ୍ ଏବଂ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି ।