ଟି 20 ବିଶ୍ବକପ : ଆୟର୍ଲାଣ୍ଡକୁ ୬୭ ରନ୍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ
ପୂର୍ବବିଜେତା ଅଷ୍ଟ୍ରେଲିଆ ବଡ଼ ବିଜୟରୁ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-ବି’ର ଏକତରଫା ମ୍ୟାଚ୍ରେ ଦୁର୍ବଳ ଆୟର୍ଲାଣ୍ଡକୁ ୬୭ ରନ୍ରେ ପରାସ୍ତ କରିଛି । ବୁଧବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୧୮୨ ରନ୍ କରିଥିଲା । କଙ୍ଗାରୁ ଦଳର ପାଳିରେ ଗୋଟିଏ ହେଲେ ବି ଅର୍ଦ୍ଧଶତକ ନଥିଲା । ତେବେ ଚାରିଟି ଉପଯୋଗୀ ପାଳି ବଳରେ ଦଳ ଏହି ସମ୍ମାନଜନକ ସ୍କୋର୍ରେ ପହଞ୍ଚି ଯାଇଥିଲା । ଜବାବରେ ଆୟର୍ଲାଣ୍ଡ ୧୬.୫ ଓଭରରେ ମାତ୍ର ୧୧୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ନାଥନ୍ ଏଲିସ୍ ୪ ୱିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।