ପ୍ରଥମ ଦିନରେ ଭାରତକୁ ୫ ପଦକ

ଚୀନର ହାଙ୍ଗଝୁରେ ଚାଲିଥିବା ୨୦୨୩ ଏସିଆନ ଗେମ୍ସରେ ପ୍ରଥମ ଦିନରେ  ଭାରତ ୫ଟି ପଦକ ହାସଲ କରିଥିଛି । ଏଥିରେ ୩ଟି ରୌପ୍ୟ ପଦକ ଥିବା ବେଳେ ଦୁଇଟି ବ୍ରୋଞ୍ଜ ରହିଛି । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ୩ଟି ସିଲଭର ମେଡାଲ ମିଳିଛି । ସେହିପରି ଏହି ଦୁଇ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ମଧ୍ୟ ମିଳିଛି । ମହିଳା ୧୦ ମିଟର ଏୟାର ରାଇଫଲରେ ମେହୁଲି ଘୋଷ, ରମିତା ଓ ଆଶି ଚୌକସି ରୌପ୍ୟ ପଦକ ହାସଲ କରିଛନ୍ତି ।  ମହିଳା ୧୦ ମିଟର ଏୟାର ରାଇଫଲରେ ରମିତା ଜିନ୍ଦଳଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ରୋଇଂର ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ମେନ୍ସ ପେୟାର ରୋଇଂରେ ବାବୁଲାଲ ଯାଦବ ଏବଂ ଲାଖ ରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମେନ୍ସ ଏଇଟରେ ଭାରତ ରୌପ୍ୟ ପଦକ ହାସଲ କରିଛି । ଏହି ଟିମରେ ନିରଜ, ନରେଶ କଲଓ୍ବାନିଆ, ନେତୀଶ କୁମାର, ଚରଣଜିତ ସିଂ, ଜସବିନ୍ଦର ସିଂ, ଭୀମ ସିଂ, ପୁନିତ କୁମାର ଏବଂ ଆଶିଷ ସଦସ୍ୟ ଥିଲେ ।