କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଅଶ୍ଵିନ

ଗାବା ଟେଷ୍ଟ ପରେ ଅବସର ଘୋଷଣା କଲେ ଅଶ୍ଵିନ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିଚନ୍ଦ୍ରନ୍‌ ଅଶ୍ଵିନ ଅବସର ନେଇଛନ୍ତି । ଟେଷ୍ଟ କ୍ୟାରିୟରରେ 500ରୁ ଅଧିକ ୱିକେଟ୍‌ ନେଇ ରେକର୍ଡ । 106ଟି ଟେଷ୍ଟ ମ୍ୟାଚ୍ ଖେଳି 537 ୱିକେଟ୍‌ ନେଇଛନ୍ତି ଅଶ୍ଵିନ ।  116ଟି ଦିନିକିଆ ମ୍ୟାଚ୍‌ରୁ 156 ୱିକେଟ୍‌ ନେଇଛନ୍ତି ଅଶ୍ଵିନ । 65ଟି ଟି-20 ମ୍ୟାଚ୍ ଖେଳି ହାସଲ କରିଛନ୍ତି 72 ୱିକେଟ୍ । 2011ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ ଅଶ୍ଵିନ ।