ନେପିୟର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ରେ ଘରୋଇ ଦଳ ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୦ ରନ କରିଥିଲା। ଟିମ୍ ଇଣ୍ଡିଆ 9 ଓଭରରେ 4 ଉଇକେଟ ହରାଇ 75 ରନ କରିବା ପରେ ବର୍ଷା ହେବାରୁ ମ୍ୟାଚ ସ୍ଥଗିତ ରହିଥିଲା । ଡିଏଲଏସ ମେଥଡରେ ଏହି ମ୍ୟାଚ ଟାଇ ରହିଛି । ମହମ୍ମଦ ସିରାଜ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ଫିନ୍ ଆଲେନ ମାତ୍ର ୩ ରନ କରିଥିଲେ । ଡେଭୋନ୍ କୋନଓ୍ବେ ୪୯ ବଲରୁ ଦର୍ଶନୀୟ ୫୯ ରନର ଇନିଂସ ଖେଳିଛନ୍ତି । ସେହିଭଳି ମାର୍କ ଚାମ୍ପମାନ୍ ୧୨ରନ କରି ଆଉଟ ହୋଇଥିବା ବେଳେ ଗ୍ଲେନ୍ ଫିଲିପ୍ସ ୩୩ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହାୟତାରେ ୫୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ।
ଡାରିଲ ମିଚେଲ ୧୦ରନ କରି ଆଉଟ ହୋଇଥିବା ବେଳେ ଜେମସ୍ ନିସାମ, ଆଡାମ ମିଲନେ ଏବଂ ଇସ୍ ସୋଧୀ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ ଫେରିଛନ୍ତି । ମିଚେଲ ସାଣ୍ଟନର ୧ରନ, ଟିମ୍ ସାଉଦି ୬ରନ କରି ଆଉଟ ହୋଇଛନ୍ତି । ଲୁକି ଫର୍ଗ୍ୟୁସନ୍ ୫ରନ କରି ନଟଆଉଟ୍ ଅଛନ୍ତି ।
ଟିମ୍ ଇଣ୍ଡିଆ ପକ୍ଷରୁ ମହମ୍ମଦ ସିରାଜ ଘାତକ ବୋଲିଂ କରିଥିଲେ । ସିରାଜ ବ୍ୟକ୍ତିଗତ ଭାବେ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ, ଅର୍ଶଦୀପ ସିଂହ ୪ ଓଭରରେ ୩୭ରନ ଦେଇ ୪ଟି ଓ୍ବିକେଟ, ହର୍ଷଲ ପଟେଲ ୩.୪ ଓଭରରେ ୨୮ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।