ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଭାରତ
ତ୍ରିନିନାଦ୍: ଟିମ୍ ଇଣ୍ଡିଆ ଶେଷ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ୨୦୦ ରନରେ ବିଜୟଲାଭ କରିଛି ଟିମ୍ ଇଣ୍ଡିଆ । ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୫୧ ରନ୍ କରିବା ଫଳରେ ୱେଷ୍ଟଇଣ୍ଡିଜକୁ ୩୫୨ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୫ ରନ୍ ସଂଗ୍ରହ କରିଥିଲେ। ସେ ୯୨ଟି ବଲ୍ ଖେଲି ୧୧ଟି ମାରିଥିଲେ। ଈଶନ କିଷନଙ୍କ ବ୍ୟାଟରୁ ୭୭ ରନ୍ ଅମଳ ହୋଇଥିଲା। ସେ ୬୪ଟି ବଲ୍ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ। ସଂଜୁ ସାମସନ ୪୧ଟି ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ବଳରେ ୫୧ ରନ୍ କରିଥିଲେ।
ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡା ଅପରାଜିତ ୭୦ ରନ୍ କରିଥିଲେ। ସେ ୫୨ଟି ବଲ୍ ଖେଳି ୪ଟି ଚୌକା ଓ ୫ଟି ଛକା ମାରିଥିଲେ। ଋତୁରାଜ ଗାଏକ୍ବାର୍ଡଙ୍କ ବ୍ୟାଟରୁ ୮ ରନ୍, ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ୩୫ ରନ୍ ମିଳିଥିଲା। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩୫ ରନ୍ ସଂଗ୍ରହ କରିଥିଲେ। ୧୫୧ ରନରେ ଅଲ ଆଉଟ ହୋଇଯାଇଥିଲା ଓ୍ବେଷ୍ଟଇଣ୍ଡିଜ୍ ।