ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି। ୧୬.୪ ଓଭରରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରି ବିଜୟଲାଭ କରିଛି ।
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଦଳ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍ କରିପାରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିଲେ।
ଭାରତ ପକ୍ଷରୁ କେଏଲ ରାହୁଲ ଅପରାଜିତ ୫୧ ରନ୍ , ସୂର୍ଯ୍ୟ କୁମାର ଯାଦବ ଅପରାଜିତ ୫୦ ରନ୍ କରି ଟିମ୍କୁ ବିଜୟ ଦେଇଥିଲେ। ତେବେ କେଏଲ୍ ରାହୁଲଙ୍କ ସହ ଓପନିଂ କରିବାକୁ ଆସିଥିବା କ୍ୟାପଟେନ୍ ରୋହିତ ଶର୍ମା ଶୂନ ଓ ତାଙ୍କ ପରେ ଆସିଥିବା ବିରାଟ କୋହଲି ୩ ରନ୍ରେ ଆଉଟ ହୋଇଥିଲେ ।ରାହୁଲ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଟିମ୍ର ବିଜୟ ଲକ୍ଷ୍ୟ ପୂରଣ କରିଥିଲେ। ତିନୋଟି ଉଇକେଟ ନେଇଥିବା ଅର୍ଶଦୀପ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ ।